Triranga TV
Odisha Latest News, Breaking News Odisha, Odisha Current Headlines, Odisha News Online

ପ୍ରସବ ଯନ୍ତ୍ରଣା ସହି ନପାରି ଆଖି ବୁଜିଲେ ସ୍ତ୍ରୀ, ଉଠ୍ ଧନ ବୋଲି କହି ଛାତିରେ ମୁଣ୍ଡ ପିଟି ପିଟି ଆତ୍ମହରା ହେଲେ ସ୍ବାମୀ

0

ବାଲେଶ୍ବର: ଉଠ୍ ଧନ ଉଠ୍… ଆରେ ମୁଁ ଡାକୁଛି ପରା ଉଠି ଯା… ଆଉ କେତେ ଅଭିମାନ କରିବୁ… କେତେ ଆଉ ମିଛି ମିଛିକା ଆଖି ବୁଜି ମୋ ସହ ଖେଳ ଖେଳିବୁ । ତୁ ଆଖି ନଖୋଲିଲା ବେଳକୁ ଛାତିରୁ କଲିଜାଟା ଖସି ପଡୁଛି ଲୋ… ଉଠି ଯା, ଏ ଧନ ! ଦେଖ, ଡାକ୍ତର ବାବୁ ଆସିଲେଣି । ତୁ ମାଆ ହେବୁ, ମୁଁ ବାପା ହେବି… ଆଉ ଆମର ଦୁଇଟା ଗୁଲୁଗାଲିଆ ଛୁଆ ହେବ… ଉଠ, ଆଖି ଖୋଲ… ଆଖି ଖୋଲ…

ନିଶ୍ୱାସ ନିରବି ଯିବା ପରେ ସ୍ତ୍ରୀର ଛାତି ଉପରେ ମୁଣ୍ଡ ରଖି ବିଶ୍ୱାସର ଡାକ ଡାକୁଛି ସ୍ୱାମୀ । ତା ମଥାକୁ ଆଉଁଶି ପକାଉଛି, ତାକୁ ଗେଲ କରି ଉଠିଯା ବୋଲି କହୁଛି । ହେଲେ ନା ସ୍ତ୍ରୀ ଶୁଣୁଛି, ନା ଷ୍ଟ୍ରେଚରୁ ଉଠୁଛି । ଗର୍ଭ ଯନ୍ତ୍ରଣା ଏତେ ହେଲା ଯେ, ଦୁନିଆକୁ ଦୁଇ ଦୁଇଟି ଜୀବନ ଆଣିବା ଆଗରୁ ଶେଷନିଦ୍ରାରେ ସବୁଦିନ ପାଇଁ ଶୋଇଗଲା ସ୍ତ୍ରୀ । ଆଉ ପ୍ରାଣପ୍ରିୟା ପ୍ରାଣତ୍ୟାଗ କରିବା ପରେ ସ୍ୱାମୀ ଏମିତି ଛାତି ଫଟେଇ କାନ୍ଦୁଛି ଯେ ତାକୁ କେଉଁ ଭାଷାରେ ବୁଝାଇ ହେବନି…